Where the mind is without fear and the head is held high...
ଏକ ନୂତନ ଜଗତର ଶିଶୁ ଯିଏ କି ଭବିଷ୍ୟତ ପୃଥିବୀର ପରିକଳ୍ପନା, ବାସ୍ତବବାଦୀତା ଓ ସୂକ୍ଷ୍ମତାକୁ
ଅନୁଶୀଳନ କରି ସମସ୍ତ ମାନବ ସମାଜକୁ ଦିଗଦର୍ଶନ ଦେଇପାରୁଥିବ,ସେହିପରି ଅନେକ ଅମୃତଆତ୍ମା ସୃଷ୍ଟି କରିବା ଆମ ଶିକ୍ଷାକେନ୍ଦ୍ରର ମୂଳଲକ୍ଷ୍ୟ |
ବର୍ତ୍ତମାନ ମାନବ ସମାଜର କୃତିତ୍ୱ ଯେତେ ବିରାଟ ହେଲେ ମଧ୍ୟ ତାହା ମାନବର ଆବଶ୍ୟକତା ଓ ମାନସିକ ସାମଗ୍ରୀକତାକୁ ପୁରଣ କରିବା ପାଇଁ ସମର୍ଥ ନୁହେଁ, ତେଣୁ
ପରମଙ୍କ ଉପରେ ଅତୁଟ ଆସ୍ଥା ଓ ନିର୍ଭରତା ସହ ଏକ ନୂତନ କାର୍ଯ୍ୟ ଧାରାର ଉନ୍ମୀଲନ କରିବା ଆମ ଶିକ୍ଷାକେନ୍ଦ୍ରର ଅନ୍ୟ ଏକ ଲକ୍ଷ୍ୟ |
ଶରୀରର ସହନଶୀଳତା, ପ୍ରାଣର ପ୍ରଶାନ୍ତତା, ମନର ସାମର୍ଥ୍ୟତା ଓ ଅନ୍ତରାତ୍ମାର ପବିତ୍ରତା ଯାହା ପ୍ରତ୍ୟେକ ମନୁଷ୍ୟର ଧେୟ, ତାହାକୁ ବାସ୍ତବ ରୂପ ଦେବାରେ
ଆମ ଶିକ୍ଷାକେନ୍ଦ୍ର ପ୍ରୟାସରତ |
ଶିଶୁଟି ଯେପରି ସ୍ଵତଃସ୍ପୃତ ଭାବେ ନିଜର ଚେତନାର ବିକାଶ କରିପାରିବ ସେଥିପ୍ରତି ଆମ ଶିକ୍ଷାକେନ୍ଦ୍ର ସଦାଚେଷ୍ଟିତ|
ଅଧ୍ୟକ୍ଷ
କରୁଣା କୁମାର ପଟନାୟକ